ଆଦିତ୍ୟ ମୃତ୍ୟୁ ଘଟଣା, ବିଦ୍ୟାଶ୍ରୀଙ୍କ ଭାଇ ଓ ମାଆଙ୍କୁ ଜେରା

ଭୁବନେଶ୍ୱର: ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ରେଳବାଇ ପୁଲିସ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ଜେରା କରିବା ପରେ ଶନିବାର ବିଦ୍ୟାଶ୍ରୀଙ୍କ ବାପଘର କଟକ ଜିଲା କାଜିଡିହ ସ୍ଥିତ ବାସଭବନରେ ରେଳବାଇ ପୁଲିସ ପହଞ୍ଚି ତାଙ୍କ ଭାଇ ଓ ମାଆଙ୍କୁ ଜେରା କରିଛି। ଏପରିକି ବିଦ୍ୟାଶ୍ରୀଙ୍କ ବିଷୟରେ ପଚାରି ବୁଝିବା ସହ ତାଙ୍କର ବିବାହ ସମ୍ପର୍କରେ ପଚାରି ବୁଝିଥିଲା। ଆଦିତ୍ୟଙ୍କ ମୃତ୍ୟୁ ଦିନ ବିଦ୍ୟାଶ୍ରୀ ପ୍ରଥମେ ଘର ଛାଡି ପଳାଇ ଆସି ତାଙ୍କୁ ଜଣାଇଥିଲା କି, ନାହିଁ। ତାଙ୍କର ଝଗଡା ପୂର୍ବରୁ କେତେ ଥର ହୋଇଛି। ବିଦ୍ୟାଶ୍ରୀଙ୍କ ଭାବ କିପରି ଏସବୁ ବିଷୟରେ ପଚରାଉଚରା କରିଛି। ପ୍ରାୟ ଦୁଇଘଣ୍ଟା ଧରି ପୁଲିସ ଗୁଡେଇ ତୁଡେଇ ତାଙ୍କ ମାଆ ଓ ଭାଇଙ୍କୁ ପଚରାଉଚରା କରିଛି।

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ରେଳବାଇ ପୁଲିସ ସବୁ ଦିଗରୁ ତଦନ୍ତ ଚଳାଇଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରୁନି। ରେଳବାଇ ପୁଲିସ ଆଦିତ୍ୟଙ୍କ ହସ୍ତାକ୍ଷର ରିପୋର୍ଟ ଯାଞ୍ଚ ପାଇଁ ପଠାଇଥିଲେ ମଧ୍ୟ ଯାଞ୍ଚ ରିପୋର୍ଟ ପୁଲିସକୁ ହସ୍ତଗତ ହୋଇନି। ଆଦିତ୍ୟଙ୍କ ବିଶ୍ୱସ୍ତ ବନ୍ଧୁ କେବଳ ବିଶ୍ୱ ମୋହନ ଭୋଇଙ୍କୁ ପଚାରିବା ବାକି ଅଛି। ଖୁବଶୀଘ୍ର ବିଶ୍ୱକୁ ପଚାରିବା ପରେ ତା’ ଠାରୁ ଅଧିକ କିଛି ତଥ୍ୟ ମିଳିପାରିବ।

ସୂଚନାଯୋଗ୍ୟ ଯେ, ଏୟାରଫିଲ୍ଡ ଥାନା ଅଞ୍ଚଳରେ ରହୁଥିବା ମାନବପ୍ରେମୀ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନର ରେଳ ଧାରଣା ଉପରୁ ପୁଲିସ ଉଦ୍ଧାର କରିଥିଲା। କ୍ଷତବିକ୍ଷତ ମୃତଦେହରୁ ପୁଲିସ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ପିପୁଲ୍ସ ଫର ସେବା ଟ୍ରଷ୍ଟ ପକ୍ଷରୁ ଆଦିତ୍ୟଙ୍କ ମୃତ୍ୟୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.