ଆଦିତ୍ୟ ଦାସ ମୃତ୍ୟୁ ମାମଲା, ହେବ ସାକ୍ଷୀଙ୍କ ପଲିଗ୍ରାଫି ଟେଷ୍ଟ

ଭୁବନେଶ୍ୱର: ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଗତ ଜୁଲାଇ ୩୦ରୁ ତଦନ୍ତ ଭାର ନେଇଥିବା କ୍ରାଇମ୍‍ବ୍ରାଞ୍ଚ ସାକ୍ଷୀଙ୍କର ପଲିଗ୍ରାଫି ଟେଷ୍ଟ କରିବାକୁ ଯୋଜନା କରୁଛି। ଆଦିତ୍ୟଙ୍କ ନିକଟତର ତଥା ଟ୍ରଷ୍ଟର ପ୍ରମୁଖ ସଦସ୍ୟଙ୍କୁ ଯଦିଓ କ୍ରାଇମ୍‍ବ୍ରାଞ୍ଚ ଜେରା କରିସାରିଲାଣି ତଥାପି ସେମାନଙ୍କର ପଲିଗ୍ରାଫି ଟେଷ୍ଟ କରିବାବେଳେ ସେମାନେ ଯାହା କହୁଛନ୍ତି ତାହା ସ୍ପଷ୍ଟ ହୋଇଯିବ।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ଟ୍ରଷ୍ଟର ସଦସ୍ୟ ବିକାଶ, ପ୍ରୀତମ ଓ ପପୁଙ୍କୁ କ୍ରାଇମ୍‍ବ୍ରାଞ୍ଚ ପଲିଗ୍ରାଫି ଟେଷ୍ଟ କରିପାରେ। ମାମଲାର ତଦନ୍ତ ନେବା ପରଠାରୁ କ୍ରାଇମ୍‍ବ୍ରାଞ୍ଚ ୧୬ରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଲାଣି। ଆଶ୍ରମ ସହିତ ସଂଶ୍ଳିଷ୍ଟ ସଦସ୍ୟଙ୍କ ବୟାନ ସହିତ ସେମାନଙ୍କର ସିଡିଆର(କଲ୍‍ ଡିଟେଲ୍‍ ରେକର୍ଡ)କୁ ନେଇ କ୍ରାଇମ୍‍ବ୍ରାଞ୍ଚ ତର୍ଜମା କରୁଛି। ଇତିମଧ୍ୟରେ କିଛି ଅଡିଓ ରେକର୍ଡିଂ ମଧ୍ୟ ମିଳିଛି। ସେସବୁକୁ ତର୍ଜମା କରାଯାଉଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି। ସାକ୍ଷୀଙ୍କ ବୟାନ ଏବଂ କଲ୍‍ ରେକର୍ଡିଂରେ ତଫାତ୍‍ ରହୁଥିବାରୁ ସାକ୍ଷୀଙ୍କର ପଲିଗ୍ରାଫ୍‍ ଯାଞ୍ଚ କରାଯିବ। ଆଗକୁ ମଧ୍ୟ କ୍ରାଇମ୍‍ବ୍ରାଞ୍ଚ ଆଉ କିଛି ଲୋକଙ୍କୁ ଜେରା କରିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.