ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ମାଗିଲେ ଏନଏଚଆରସି

୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦେଶ

ଭୁବନେଶ୍ବର : ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ଜିଆରପି ତଦନ୍ତ କରୁଥିବା ବେଳେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି ) କାର୍ଯ୍ୟନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ତେବେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଜାତୀୟ ମାନବାଧିକାର ଆୟୋଗ ପୁଲିସ କମିଶନରଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କହିଛନ୍ତି।

ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାଇବାକୁ କୁହାଯାଇଛି। ଅନ୍ୟପକ୍ଷରେ ଜିଆରପି ଏନେଇ ଜଣକ ପରେ ଜଣଙ୍କୁ ଜେରା କରୁଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା।

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ଅନେକ ସସ୍‌ପେନ୍ସ ଲାଗି ରହିଛି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ସୁଇସାଇଡ୍‌ ନୋଟ୍‌ଟି ଆଦିତ୍ୟ ନିଜେ ଲେଖିଥିଲେ ବୋଲି ଫରେନ୍‌ସିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଆଦିତ୍ୟଙ୍କ ପୁରୁଣା ହାତଲେଖା ସହିତ ସୁଇସାଇଡ୍‌ ନୋଟ୍‌ର ଲେଖା ମିଶୁଥିବା ରିପୋର୍ଟରେ ଦର୍ଶାଇଛି। ଫଳରେ ଆଦିତ୍ୟ ଆତ୍ମହତ୍ୟା କରିଥିବା ଫରେନ୍‌ସିକ ରିପୋର୍ଟରୁ ଏକ ପ୍ରକାର ଅନୁମାନ କରାଯାଉଛି।

Comments are closed.