ପ୍ରତୀକ୍ଷା ତାଲିକାରେ ଥିବା ଯାତ୍ରୀଙ୍କ ସୁବିଧା ପାଇଁ ଅତିରିକ୍ତ ରେଳ ବଗି ସଂଯୋଗ

ସମ୍ବଲପୁର : ପୂର୍ବତଟ ରେଳବାଇ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ମାନଙ୍କରେ ଅତିରକ୍ତ ବଗିମାନେ ସଂଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ପ୍ରତୀକ୍ଷା ତାଲିକାରେ ରହିଥିବା ଅନେକ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ସୁବିଧା ପାଇ ପାରିବେ। ଏହି କ୍ରମରେ ୧୩ ଯୋଡା ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଅତିରିକ୍ତ ବଗି ଏପ୍ରିଲ ମାସ ପାଇଁ ଯୋଡା ଯିବ। ଟ୍ରେନ ନଂ ୦୮୪୪୯/୦୮୪୫୦ ପୁରୀ – ପଟନା – ପୁରୀ ସ୍ୱତନ୍ତ୍ର ପାଇଁ ପୁରୀରୁ ଏପ୍ରିଲ ୫ରୁ ୨୬ ପର୍ଯ୍ୟନ୍ତ ଏବଂ ପାଟନାରୁ ଏପ୍ରିଲ ୭ରୁ ୨୮ ପର୍ଯ୍ୟନ୍ତ ଗୋଟିଏ ଏସି – ୩ ଟାୟାର ବଗି ଅସ୍ଥାୟୀ ଭାବରେ ସଂଯୋଗ କରାଯିବ। ସେହିଭଳି ୦୨୮୫୯/୦୨୮୬୦ ପୁରୀ – ଚେନ୍ନାଇ ସେଣ୍ଟ୍ରାଲ – ପୁରୀ ସ୍ୱତନ୍ତ୍ର ପୁରୀ ଠାରୁ ଏପ୍ରିଲ ୪ରୁ ୨୫ ଓ ଚେନ୍ନାଇ ସେଣ୍ଟ୍ରାଲରୁ ଏପ୍ରିଲ ୫ରୁ ୨୬ ପର୍ଯ୍ୟନ୍ତ ଗୋଟିଏ ସ୍ଲିପର ବଗି ଅସ୍ଥାୟୀ ଭାବରେ ସଂଯୋଗ କରାଯିବ। ୦୮୪୨୫/୦୮୪୨୬ ପୁରୀ – ଦୁର୍ଗ – ପୁରୀ ସ୍ୱତନ୍ତ୍ର ଟ୍ରେନରେ ପୁରୀ ଠାରୁ ଏପ୍ରିଲ ୧ରୁ ୩୦ ଓ ଦୁର୍ଗ ଠାରୁ ଏପ୍ରିଲ ୨ରୁ ମେ ୧ ପର୍ଯ୍ୟନ୍ତ ଗୋଟିଏ ସ୍ଲିପର ବଗି ସଂଯୋଗ କରାଯିବ। ୦୨୦୮୮/୦୨୦୮୭ ପୁରୀ – ହାୱାଡା – ପୁରୀ ସ୍ୱତନ୍ତ୍ର ପୁରୀ ଠାରୁ ଏପ୍ରିଲ ୧ ରୁ ୩୦ ଓ ହାୱଡା ଠାରୁ ଏପ୍ରିଲ ୨ରୁ ମେ ୧ ପର୍ଯ୍ୟନ୍ତ ଗୋଟିଏ ଏସି ଚେୟାର କାର ବଗି ସଂଯୋଗ କରାଯିବ। ୦୨୦୭୪/୦୨୦୭୩ ଭୁବନେଶ୍ୱର – ହାୱଡା – ଭୁବନେଶ୍ୱର ଜନ ଶତାବ୍ଦୀ ଟ୍ରେନରେ ସ୍ୱତନ୍ତ୍ର ଏପ୍ରିଲ ୧ ରୁ ୩୦ ପର୍ଯ୍ୟନ୍ତ ଉଭୟ ଦିଗରୁ ଏକ ଚେୟାର କାର ବଗି ସଂଯୋଗ କରାଯିବ। ୦୨୮୫୭/୦୨୫୫୮ ବିଶାଖାପଟନମ – ଏଲଟିଟି – ବିଶାଖାପଟନମ ସ୍ୱତନ୍ତ୍ର ବିଶାଖାପଟନମ ରୁ ଏପ୍ରିଲ ୪ରୁ ୨୫ ଏବଂ ଏଲଟିଟିରୁ ଏପ୍ରିଲ ୬ରୁ ୨୭ ପର୍ଯ୍ୟନ୍ତ ଏକ ସ୍ଲିପର ବଗି ସଂଯୋଗ କରାଯିବ। ୦୮୫୦୧/୦୮୫୦୨ ବିଶାଖାପଟନମ – ଗାନ୍ଧୀଧାମ – ବିଶାଖାପଟନମ ସ୍ୱତନ୍ତ୍ର ଟ୍ରେନରେ ବିଶାଖାପଟନମ ରୁ ଏପ୍ରିଲ ୧ରୁ ୨୯ ଏବଂ ଏପ୍ରିଲ ୪ରୁ ମେ ୨ ପର୍ଯ୍ୟନ୍ତ ଗୋଟିଏ ସ୍ଲିପର ବଗି, ୦୨୮୩୧/୦୨୮୩୨ ବିଶାଖାପଟନମ – ଲିଙ୍ଗମପଲ୍ଲୀ – ବିଶାଖାପଟନମ ସ୍ୱତନ୍ତ୍ର ଟ୍ରେନରେ ବିଶାଖାପଟନମରୁ ଏପ୍ରିଲ ୧ରୁ ୩୦ ଏବଂ ଲିଙ୍ଗମପଲ୍ଲୀରୁ ଏପ୍ରିଲ ୨ରୁ ମେ ୧ ପର୍ଯ୍ୟନ୍ତ ଗୋଟିଏ ଚେୟାର କାର ସଂଯୋଗ କରାଯିବ। ୦୮୩୧୧/୦୮୩୧୨ ସମ୍ବଲପୁର – ମାଣ୍ଡୁଅଡିହ – ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନରେ ସମ୍ବଲପୁର ଠାରୁ ଏପ୍ରିଲ ୪ରୁ ୨୮ ଏବଂ ମାଣ୍ଡୁଆଡିହ ଠାରୁ ଏପ୍ରିଲ ୫ରୁ ୨୯ ମଧ୍ୟରେ ଗୋଟିଏ ଏସି – ୩ ଟାୟାର ବଗି ସଂଯୋଗ କରଯିବ। ୦୮୩୦୬/୦୮୩୦୫ ସମ୍ବଲପୁର – ହାୱାଡା – ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନରେ ସମ୍ବଲପୁର ଠାରୁ ଏପ୍ରିଲ ୨ରୁ ୩୦ ଏବଂ ହାୱାଡା ଠାରୁ ଏପ୍ରିଲ ୩ରୁ ମେ ୧ ପର୍ଯ୍ୟନ୍ତ ଗୋଟିଏ ଏସି ୩ ଟାୟାର ବଗି ସଂଯୋଗ ହେବ। ୦୮୩୦୧/୦୮୩୦୨ ସମ୍ବଲପୁର – ରାୟଗଡା – ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନରେ ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଉଭୟ ପଟରୁ ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଗୋଟିଏ ଚେୟାର କାର ବଗି ସଂଯୋଗ କରାଯିବ। ୦୨୦୮୫/୦୨୦୮୬ ସମ୍ବଲପୁର – ନାନ୍ଦେଡ – ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନରେ ସମ୍ବଲପୁର ଠାରୁ  ଏପ୍ରିଲ ୨ରୁ ୩୦ ଏବଂ ନାନ୍ଦେଡରୁ ଏପ୍ରିଲ ୩ରୁ ମେ ୧ ପର୍ଯ୍ୟନ୍ତ ଗୋଟିଏ ଏସି – ୩ ଟାୟାର ବଗି ସଂଯୋଗ ହେବ। ୦୮୫୬୧/୦୮୫୬୨ ବିଶାଖାପଟନମ – କାଚିଗୁଡା – ବିଶାଖାପଟନମ ସ୍ୱତନ୍ତ୍ର ଟ୍ରେନ ବିଶାଖାପଟନମରୁ ଏପ୍ରିଲ ୫ରୁ ୩୦ ଏବଂ କାଚିଗୁଡାରୁ ଏପ୍ରିଲ ୬ରୁ ମେ ୧ ପର୍ଯ୍ୟନ୍ତ ଏକ ଏସି – ୩ ଟାୟାର ବଗି ସଂଯୋଗ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Comments are closed.