ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେବେ ୭୦୦ ଶିକ୍ଷକ, ଅଗଷ୍ଟ ୭ରେ  ସାକ୍ଷାତ୍‌କାର

ଭୁବନେଶ୍ବର:ରାଜ୍ୟରେ ଥିବା ୨୧୪ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେବେ ୭୦୦ ଶିକ୍ଷକ। ଶିକ୍ଷକ ପଦ ପୂରଣ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପଦ ପୂରଣ ପାଇଁ ଲିିଖିତ ପରୀକ୍ଷା ଶେଷ ହୋଇଥିବାବେଳେ ସାକ୍ଷାତକାର ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ। କରୋନା ଯୋଗୁଁ ଦୀର୍ଘଦିନ ଧରି ସାକ୍ଷାତକାର ହୋଇ ନ ଥିଲା। ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ସାକ୍ଷତକାର ପାଇଁ ଅନୁମତି ଦେଇଛନ୍ତି। କରୋନା କଟକଣା ମଧ୍ୟରେ ସାକ୍ଷାତକାର ଅନୁଷ୍ଠିତ ହେବ।

Comments are closed.