‘ଇସ୍ ପ୍ୟାର କୋ କ୍ୟା ନାମ୍ ଦୁଁ’ ଅଭିନେତ୍ରୀ ସଙ୍ଗୀତା ଶ୍ରୀବାସ୍ତବଙ୍କ ପରଲୋକ

ମୁମ୍ବଇ: ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ‘ଇସ୍ ପ୍ୟାର କୋ କ୍ୟା ନାମ୍ ଦୁଁ’ର ଚର୍ଚ୍ଚିତ କଳାକାର ସଙ୍ଗୀତା ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ମଙ୍ଗଳବାର ମୁମ୍ବଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସଙ୍ଗୀତା ‘ଇସ୍ ପ୍ୟାର କୋ କ୍ୟା ନାମ ଦୁଁ’ ଏବଂ ‘ଥାପ୍କି ପ୍ୟାର୍ କି’ ସମେତ ଅନେକ ଟିଭି ସିରିଏଲରେ କାମ କରିଥିଲେ। ଦୀର୍ଘ ସମୟ ଧରି ସେ ଭାସ୍କୁଲାଇଟିସ୍ ନାମକ ଏକ ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କୁ ମୁମ୍ବଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସଂଗୀତା ଶ୍ରୀବାସ୍ତବ ଟିଭି ସିରିଏଲ୍ ‘ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ’ ଧାରାବାହିକରେ ଉତ୍କୃଷ୍ଟ ଅଭିନୟ କରି ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିଥିଲେ। ଏହି ସିରିଏଲ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା।