ପ୍ରଖ୍ୟାତ ଅଭିନେତ୍ରୀ ଜୟନ୍ତୀଙ୍କର ବେଙ୍ଗାଲୁରୁଠାରେ ପରଲୋକ

ପ୍ରଖ୍ୟାତ ଅଭିନେତ୍ରୀ ଜୟନ୍ତୀଙ୍କର ବେଙ୍ଗାଲୁରୁଠାରେ ପରଲୋକ ଘଟିଛି। ସେ ବୟସ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଜୟନ୍ତୀ ୧୯୬୩ ମସିହାରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଓ କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ ଏବଂ ହିନ୍ଦୀ ସମେତ ଅନେକ ଭାଷାରେ ୫ଶହ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କୁ ଶ୍ରଦ୍ଧାରେ ଅଭିନୟର ଦେବୀ ବୋଲି କୁହାଯାଉଥିଲା। ଡକ୍ଟର ରାଜକୁମାର, ଏନ୍‍.ଟି. ରାମାରାଓ, ଶିବାନୀ ଗଣେଶନ୍‍, ଏମ୍‍.ଜି. ରାମଚନ୍ଦ୍ରନ୍‍, ରଜନୀକାନ୍ତ ଓ ଶମ୍ମି କପୁରଙ୍କ ଭଳି ସୁ ର୍‍ଷ୍ଟାର୍‍ମାନଙ୍କ ସହିତ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ପୁତ୍ତାନ୍ନା କନ୍ନାଗଲ୍‍ଙ୍କ ‘ନାଗରା ହାବୁ’ ଚଳଚ୍ଚିତ୍ରରେ ତାଙ୍କର ସ୍ୱଳ୍ପ ଭୂମିକା ପାଇଁ ସେ ଲୋକମାନଙ୍କ ହୃଦୟ ଜିଣିଥିଲେ। ସେ ୭ଥର କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜୟୀ ହୋଇଥିଲେ। ତାଙ୍କୁ ୨ଥର ଫିଲ୍ମ୍‍ ଫେୟାର ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ସେ ଡକ୍ଟର ରାଜକୁମାର ଲାଇଫ୍‍ ଟାଇମ୍‍ ଆୱାର୍ଡ ପାଇଥିଲେ।

Comments are closed.