ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ଆସାମ ଓ ତ୍ରିପୁରାରେ ହିଂସା : ଇସ୍ତଫା ଦେଲେ ଆସାମର ବିଜେପି ନେତା

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ଆସାମ ଓ ତ୍ରିପୁରାରେ ହିଂସା ବଢିବାରେ ଲାଗିଛି। ସ୍ଥିତିକୁ ନଜରେ ରଖି ଆସାମର ରାଜଧାନୀ ଗୁଆହାଟୀରେ ଗୁରୁବାର ଠାରୁ କର୍ଫ୍ୟୁ ଜାରି ହୋଇଛି। ଏହାସତ୍ବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିନଥିବା ଦେଖାଯାଇଛି। ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପରିସ୍ଥିତିକୁ ଆୟତକୁ ଆଣିବା ପାଇଁ କିଛି ସ୍ଥାନରେ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଛି। ଏଭଳି ପରିସ୍ଥିତିରେ ଅଭିନେତା ତଥା ଆସାମର ବିଜେପି ନେତା ଜତିନ ବୋରା ଦଳରୁ ଇସ୍ତଫା ଦେଇଛନ୍ତି।

Comments are closed.