ଗୁଣୁପୁରରେ ସକ୍ରିୟ ଜମି ଦଲାଲ

 

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଧୀରେ ଧୀରେ ବିକାଶ ଆଡକୁ ଅଗ୍ରସର ହେଉଥିବା ବେଳେ ଏବେ ଏହାର ସୁଯୋଗ ନେଇ ସହରରେ ଜାଗା ମାଫିଆଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଛି। ସହରକୁ ଲାଗି ଦିନକୁ ଦିନ ଅନେକ ବସ୍ତି ଗଢି ଉଠୁଛି। ଯିଏ ଯେମିତି ପାରିଲା ଏକ ନାମ କରଣ କରି ବଡ଼ ବଡ଼ ଘର ସବୁ ନିର୍ମାଣ କରିବାରେ ଲାଗିଛନ୍ତି। ଏମିତି ମାଫିଆଙ୍କ ଠକାମିର ଶୀକାର ହୋଇଛନ୍ତି ଆମରୁ ନଗର ବାସିନ୍ଦା।

ସେମାନଙ୍କ ଅଭିଯୋଗ ଅନୁଯାୟୀ ପି ରାମଚନ୍ଦ୍ର ରାଓ, ପି ନାଗ, ପି ବାଳକ୍ରିଷ୍ଣା, ପି ଭେଙ୍କେଟ ରାଓ,ପି ତେଜାଙ୍କ ଠାରୁ ଛଅ ବର୍ଷ ପୂର୍ବରୁ ଏହି ସ୍ଥାନରେ ଜାଗା ସବୁ କିଣିଥିଲେ। ସେତେବେଳେ ବିକ୍ରେତା କିଣିଥିବା ବ୍ୟକ୍ତିଙ୍କୁ ଜାଗା ପୌର ପରିଷଦ ଅଧିନ ଓ ଯୋଜନା କାର୍ଯ୍ୟାଳୟରେ ପଞ୍ଜିକରଣ କରାଯାଇଥିବା କହି ଜାଗାଗୁଡ଼ିକ ବିକ୍ରି କରିଦେଇଥିଲେ। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଏବେ କ୍ରେତାମାନେ ଜାଣିବାକୁ ପାଇଛନ୍ତି। ଏହି ଜାଗାର କୌଣସି ପଞ୍ଜିକରଣ ନ ଥିବାରୁ ଏଠାକାର ବାସିନ୍ଦାଙ୍କୁ ପୌର ପରିଷଦର କୌଣସି ସୁବିଧା ସୁଯୋଗ ମିଳୁନଥିବା ତଥା ବ୍ୟାଙ୍କରୁ ବି କୌଣସି ଋଣ ମିଳୁନଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ବିକ୍ରେତାମାନେ ଏ ନେଇ କୌଣସି ଉତ୍ତର ଦେଉନଥିବା ବେଳେ ନାନା ପ୍ରକାର ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ଏନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

Comments are closed.