ଉନ୍ମୋଚିତ ହେଲା ହୋଣ୍ଡାର ନୂଆ ‘ବିଏସ-୬ ଆକ୍ଟିଭା ୬ଜି’

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ‘୬ର ଶକ୍ତି’କୁ ନେଇ ୨୦୨୦ର ନବବର୍ଷ ପାଳନ କରି ସମ୍ପୂର୍ଣ୍ଣ ନୂଆ ବିଏସ୍-୬ ହୋଣ୍ଡା ଆକ୍ଟିଭା ୬ଜିର ଉନ୍ମୋଚନ କରିଛି । ଏହାର ଏକ୍ସ ସୋ’ରୁମ ମୂଲ୍ୟ (ନୂଆଦିଲ୍ଲୀ) ୬୩,୯୧୨ ଟଙ୍କା। ନୂଆ ବିଏସ୍-୬ ଆକ୍ଟିଭା ୬ଜିକୁ ଉନ୍ମୋଚନ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ସଭାପତି ତଥା ସିଇଓ ଓ ପରିଚାଳନା ନିର୍ଦେଶକ ମିନୋରୁ କାଟୋ କହିଛନ୍ତି ଯେ, ନିୟମ ଲାଗୁ ହେବାର ବହୁ ପୂର୍ବରୁ ହୋଣ୍ଡା ଭାରତର ପ୍ରଥମ ନିର୍ମାତା ଭାବେ ବିଏସ-୬ ଦୁଇଚକିଆ ଯାନ-ଆକ୍ଟିଭା ୧୨୫ ଓ ପରେ ଏସପି ୧୨୫ର ବିକ୍ରି ଆରମ୍ଭ କରିଥିଲା। ସାରା ଭାରତରେ ଆମେ ଏହି ବିଏସ୍-୬ ମଡେଲଗୁଡ଼ିକର ୭୫,୦୦୦ରୁ ଅଧିକ ୟୁନିଟ୍ ପ୍ରଦାନ କରିସାରିଛୁ। ଆଜି ଆମେ ସମ୍ପୂର୍ଣ୍ଣ ନୂଆ ବିଏସ୍-୬ ଆକ୍ଟିଭା ୬ଜିକୁ ଉନ୍ମୋଚନ କରୁଥିବାରୁ ମୋର ବିଶ୍ୱାସ ରହିଛି ଯେ ଏହା “ଶାନ୍ତର ବିପ୍ଳବ’କୁ ଆଗକୁ ବଢ଼ାଇବ ଏବଂ ଭାରତରେ ଆମର ବ୍ୟବସାୟ ସମ୍ପ୍ରସାରଣକୁ ସୁଦୃଢ଼ କରିବ। ଏହି ଅବସରରେ କମ୍ପାନୀର ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ଯେତେବେଳେ ଆକ୍ଟିଭା ପ୍ରତି ଭଲ ପାଇବା କଥା ଆସେ ତାହା ସାରା ଭାରତରେ ପ୍ରସାରିତ ହୁଏ। ଚଳିତମାସ ଶେଷ ସୁଦ୍ଧା ଓ ଫେବୃୟାରୀ ପ୍ରାରମ୍ଭ ସୁଦ୍ଧା ଆମର ସମଗ୍ର ଡିଲରସିପ୍‌ଗୁଡ଼ିକରେ ଉପଲବ୍ଧ ହେବ। ଏହାର ଷ୍ଟାଣ୍ଡାର୍ଡ ଭାରିଆଣ୍ଟର ମୂଲ୍ୟ ୬୩,୧୯୨ ଟଙ୍କା ଓ ଡିଲକ୍ସ ଭାରିଆଣ୍ଟ ମୂଲ୍ୟ ୬୫,୪୧୨ ଟଙ୍କା ରହିଛି।

Comments are closed.