ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବିଶାଲପାଲି ଛକରେ ଘନ କୁହୁଡ଼ି ଯୋଗୁଁ ଏକ ସଡ଼କ ଦୁର୍ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଏଥିରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳରେ ମୃତଦେହ ସହ ଏକ ବାଇକ ପଡ଼ିରହିଛି। ମୃତକ ଜଣଙ୍କ ଅତାବିରା ଅଞ୍ଚଳର ବୋଲି ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।