ନାର୍କୋ ଟେଷ୍ଟ ପାଇଁ ମନା କଲା ଅଭିଯୁକ୍ତ

ବ୍ରେନ ମ୍ୟାପିଙ୍ଗ ପାଇଁ ଏସ୍ଆଇଟିର ଆବେଦନ

ନୟାଗଡ଼ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ସହମତି ନମିଳିବାରୁ ଶୁକ୍ରବାର ନୟାଗଡ଼ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼ ନର୍କୋଟେଷ୍ଟ ଆବେଦନକୁ ଖାରଜ କରିଛନ୍ତି। ଏସ୍ଆଇଟି ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଆଜି ଆବେଦନ କରିଛି ବୋଲି ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବଳଭଦ୍ର ମହାନ୍ତି ସୂଚନା ଦେଇଛନ୍ତି। ୧୩ରେ ଏହାର ଶୁଣାଣି ହେବ। ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼ରେ ଆଜି ଏସ୍ଆଇଟି ୩ଟି ଆଦେଦନ କରିଥିଲା। ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ସହ ତାର ମୋବାଇଲ୍, ସିମ୍, ମେମୋରିକାର୍ଡ଼, ଶବ ମିଳିଥିବା ବସ୍ତା, ସେଥିରେ ବନ୍ଧା ହୋଇଥିବା ତାର ଓ ଡେମୋବେଳେ ଅଭିଯୁକ୍ତ ଏସ୍ଆଇଟିକୁ ଦେଇଥିବା ତାରର ବଳକା ଅଂଶ କେନ୍ଦ୍ରୀୟ ଫରେନ୍ସିକ୍ ଲାବ୍ରୋଟୋରିକୁ ପଠାଇବାକୁ ଆବେଦନ କରିଥିଲା। ବୋର୍ଡ଼ ନିକଟରେ ବିଚାର ପାଇଁ ରଖାଯାଇଥିବା ୩ଟି ଆବେଦନକୁ ଅଭିଯୁକ୍ତ ବିରୋଧ କରିଥିଲା। ଆଜି ଏସ୍ଆଇଟି ତଦନ୍ତ ପ୍ରକିୟା ଠିକ୍ ନଥିବା ଜିଲା କଂଗ୍ରେସ ସଭାପତି ରଣଜିତ୍ ଦାଶ ଅଭିଯୋଗ ଆଣି ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବିପତ୍ର ପଠାଇଛନ୍ତି।

Comments are closed.