ପୋକ୍ସୋ କୋର୍ଟର ରାୟ : ଅଭିଯୁକ୍ତକୁ ଦଶ ବର୍ଷ କାରାଦଣ୍ଡାଦେଶ

 

କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ଥାନାରେ ଦାଖଲ ଏକ ମାମଲାର ବିଚାର କରି ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟର ବିଚାରପତି ଭାସ୍କର ସାହୁ ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଥାନାରେ ୨୦୧୬ରେ ଦାଖଲ ମାମଲାରେ ଅଭିଯୁକ୍ତ ଜୟ ଦିଗାଲ ପିତା କୃଷିଆ ଦିଗାଲ ଗ୍ରାମ – ବିଲୁପଦର, ଥାନା -ଫିରିଙ୍ଗିଆ, ଜିଲ୍ଲା- କନ୍ଧମାଳକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ସେହିପରି  ଜରିମାନା ଅନାଦେୟ ଅଧିକ ଛଅ  ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଆଦାୟ ହେଲେ ନାବାଳିକା ପୀଡିତାଙ୍କୁ କ୍ଷତି ପୂରଣ  ଦେବାକୁ ନିର୍ଦେଶ ଦେଇଛନ୍ତି।

 

Comments are closed.