ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ଫେରାର ଥିବା ଅଭିଯୁକ୍ତ ନଣ୍ଡା ଦାସକୁ ଗିରଫ କରିଛି। ସୂଚନା ଅନୁସାରେ, ଗତ ୧୦ ତାରିଖରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ନଣ୍ଡା ଅନ୍ୟ ଏକ ଗାଁକୁ ଏକୋଇଶା ଭୋଜିରେ ଯୋଗଦେବାକୁ ଯାଇଥିଲା। ଏକୋଇଶା ପୂଜା ପାଇଁ ନାବାଳିକାଙ୍କ ପରିବାର ଲୋକେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ନଣ୍ଡା ନାବାଳିକାଙ୍କୁ ବଳାତ୍କାର କରିଥିଲା। ନାବାଳିକା ଜଣକ ଏ ନେଇ ଘରେ ଜଣାଇ ନ ଥିଲେ। କିନ୍ତୁ ପରେ ଦେହ ଅସୁସ୍ଥ ହେବାରୁ ଘରେ ଏ ବିଷୟରେ କହିଥିଲେ। ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଅନ୍ୟପଟେ ଅଭିଯୁକ୍ତ ନଣ୍ଡା ଘଟଣା ପରଦିନଠାରୁ ଫେରାର ଥିଲା। ପୁଲିସ ତାକୁ ଗିରଫ କରିଛି।

Comments are closed.