ବିଜେପି ବିଧାୟକ ହତ୍ୟା ମାମଲା; ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ରାକେଶ ପାଣ୍ଡେ ଓରଫ ହନୁମାନ ପାଣ୍ଡେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି। ରାକେଶ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଏସଟିଏଫ।
କୃଷ୍ଣାନନ୍ଦଙ୍କୁ ହତ୍ୟା ପରେ ପୁଲିସ ରାକେଶକୁ ଗିରଫ କରିବା ଲାଗି ଜାଲ ବିଛାଇଥିଲା। କିନ୍ତୁ ସେ ପୁଲିସକୁ ଚକ୍ମା ଦେଇ ଫେରାର ରହିଥିଲା। ରବିବାର ସକାଳେ ଲକ୍ଷ୍ନୌର ସରୋଜିନୀ ନଗରରେ ଏସଟିଏଫ ସହିତ ରାକେଶର ଏନକାଉଣ୍ଟର ହୋଇଥିଲା। ଏଥିରେ ରାକେଶ ନିହତ ହୋଇଛି। ସେ ମୁଖତାର ଅନ୍ସାରୀ ଗ୍ୟାଙ୍ଗ୍ର ବଡ଼ ଶୁଟର ଥିଲା। ମଉର କୋପାଗଞ୍ଜରେ ରାକେଶ ରହୁଥିଲା। ତା’ ନାଁରେ ଏକାଧିକ ମାମଲା ରହିଥିଲା। ମଉରେ ଠିକାଦାର ଅଜୟ ପ୍ରକାଶ ସିଂହ ଏବଂ ଅନ୍ୟ କେତେକ ହତ୍ୟା ମାମଲାରେ ମୁଖତାର ଅନ୍ସାରୀ ସହିତ ରାକେଶ ଅଭିଯୁକ୍ତ ଥିଲା।