ଓଭରଟେକ୍ ସମୟରେ ନଳକୂପ ଖୋଳା ଗାଡି ସହ ଟ୍ରଲରର ଧକ୍କା, ଦୁଇ ଚାଳକ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳି ଛକରେ ଏକ ନଳକୂପ ଖୋଳା ଗାଡି ସହ ଟ୍ରଲରର ଧକ୍କା ହୋଇଛି ‌। ଦୁର୍ଘଟଣାରେ ଉଭୟ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ନଳକୂପ ଖୋଳା ଗାଡିଟିକୁ ଟ୍ରଲର ଓଭରଟେକ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Comments are closed.