MEllora 950×100

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ତିଗିରିଆ :  ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ବାଇପାସ୍ ହନୁମାନ ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ନୂଆପାଟଣା ଗ୍ରାମର ଜିତେନ୍ଦ୍ର ତୋଷ ନିଜ ଘରକୁୁ ବାଇକରେ ଫେରୁଥିବା ସମୟରେ ଏକ ଅଜଣାଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ଗୁରୁତର ଭାବେ ପଡ଼ି ରହିଥିଲେ। ରାତିରେ ପଇଁତରା ମାରୁଥିବା ତିଗିରିଆ ଥାନା ପୁଲିସ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଦେଖି ତୁରନ୍ତ ଉଦ୍ଧାର କରି ତିଗିରିଆ ନିଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Comments are closed.