ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ,ଦୁଇଜଣ ଗୁରୁତର

ଅଭିଯୋଗ ସତ୍ୱେ ଦୁର୍ଘଟଣା ପ୍ରବଣ ସ୍ଥାନକୁ ନେଇ ପ୍ରଶାସନର ଖାତିର ନାହିଁ

ବଡ଼ମ୍ବା  : ସ୍ଥାନୀୟ ଜନଗହଳି ପୁର୍ଣ୍ଣ ଅଗ୍ନିଶମ କେନ୍ଦ୍ର ଏବଂ ତା ସମ୍ମୁଖ ସରକାରୀ ମଦ ଦୋକାନର ଅତି ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ରବିବାର ସଂଧ୍ୟାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ ଦୁଇଜଣ ସଂକଟାପନ୍ନ ଅବସ୍ଥାରେ ବଡ଼ମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚକିତ୍ସାଲାଗି କଟକ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ତେେବେ ଏହି ଘଟଣାରେ ମୃତକଙ୍କ ପରିଚୟ ମିଳିପାରିଥିବା ଏବଂ ସେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଖଇରିପଙ୍ଗା ଗ୍ରାମର ଧନେଶ୍ୱର ଗୁରୁଙ୍କ ପୁତ୍ର କାହ୍ନୁଚରଣ ଗୁରୁ (୨୭)ଅଟନ୍ତି । ଅପରପକ୍ଷରେ ସଠିକ ସୂଚନା ମିଳିପାରିନଥିବା ଗୁରୁତର ଦୁଇ ଆହତ ହେଲେ ସ୍ଥାନୀୟ ସାନବାରସିଂହ ପଞ୍ଚାୟତର ନୂଆତଇଲା ଗ୍ରାମର ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି।

ଘଟଣାରୁ ପ୍ରକାଶ ତଗିରିଆ ଅଞ୍ଚଳରୁ ନିଜ କର୍ମସାରି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ବଡ଼ମ୍ବା ଖଇରିପଙ୍ଗା ଅଞ୍ଚଳର ମୃତକ ଶ୍ରୀ ଗୁରୁଙ୍କ ସହିତ ମୁହାଁମୁହିଁ ଅନ୍ୟ ଦୁଇଜଣ ବାଇକ ଆରୋହୀଙ୍କ ଧକ୍କା ହୋଇଥିଲା। ଫଳରେ ଉଭୟ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ତେବେ ଘଟଣାସ୍ଥଳରୁ ସୋମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଲାଗି ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣାରେ ଆହତ ଶ୍ରୀ ଗୁରୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତରଙ୍କୁ ତତ୍କାଳ ପ୍ରାଥମିକ ଚକିତ୍ସାପରେ କଟକ ବଡ଼ଡାକ୍ତରଖନା ଅଧିକ ଚିକିତ୍ସାଲାଗି ପଠାଯାଇଥିଲା। ଉଲ୍ଲେଖଯୋଗ୍ୟ ସଂପୃକ୍ତ ଦୁର୍ଘଟଣାସ୍ଥଳ ସନ୍ନିକଟରେ ଏକ ସରକାରୀ ମଦ ଦୋକାନ ରହିଛି ଏବଂ ଅନେକ ସମୟରେ ମଦ୍ୟପଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ନିରିହ ଧନଜୀବନ ହାନି ଘୁଟୁଥିବା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶପାଇଛି। ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Comments are closed.