ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ଯବାନ ମୃତ, ୨ ଆହତ

ରାଜସ୍ଥାନ : ଶନିବାର ସକାଳେ ରାଜସ୍ଥାନର ବିକାନେର-ଜୟପୁର ରାଷ୍ଟ୍ରୀୟ ରାଜପଥରେ ସେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ  ୨ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୨  ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସଙ୍କ ସୂଚନା ଅନୁଯାୟୀ, ଯବାନମାନେ ଗାଡ଼ିରେ ଯାଉଥିବା ବେଳେ ଟାୟାର ଫାଟିଯାଇଥିଲା ଏବଂ ଗାଡ଼ିଟି ରାସ୍ତାରେ ଓଲଟିପଡ଼ିଥିଲା। ଏହାପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଯବାନମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ଅଣାଯାଇଥିଲା। ସେଠାରେ ଡ଼ାକ୍ତର ୨ଜଣ ଯବାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ବିଷୟରେ ଅଧିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ।

Comments are closed.