ଚା’ଦୋକାନରେ ମାଡିଗଲା ଟ୍ରକ ; ୬ ମୃତ

ଗାଜିପୁର :  ଉତ୍ତରପ୍ରଦେଶର ଗାଜିପୁରରେ ମଙ୍ଗଳବାର ସକାଳେ ମହମ୍ମଦବାଦ କୋଟୱାଲୀ ଅହିରୋଲି ଗାଁରେ  ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସକାଳ  ଆଠଟାରେ ଅନିୟନ୍ତ୍ରିତ ହୋଇ ଏକ ଟ୍ରକ ଚା’ ଦୋକାନ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ଘଟଣାରେ ଆହତ ହୋଇଥିବା ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ଗ୍ରାମବାସୀ ସେଠାରେ ଚାଳକକୁ ଧରିବା ସହ ନିସ୍ତୁକ ମାଡ ମାରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଉତ୍ତ୍ୟକ୍ତ ଗ୍ରାମବାସୀ  ମୃତଦେହକୁ ଘଟଣାସ୍ଥଳରେ ରଖି ରାସ୍ତା ଅବରୋଧ କରିଛନ୍ତି। ସୂଚନା ପାଇ ଡିଏମ ଓ ଏସପି ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Comments are closed.