ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୯ ଗୁରୁତର

ରାୟଗଡା : ରାୟଗଡା ଜିଲା ବିଷମକଟକ ଥାନା ଅଞ୍ଚଳରେ ବେଥିଆପଡା ନିକଟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶନିବାର ଜଣାପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୮ ଜଣଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ବସଟି ଓଲଟି ପଡିବାରୁ ଏହି ଦୁର୍ଘଟଣା ଘଟିଛି। କଟକରୁ ଜୟପୁର ଆସୁଥିବା ବେଳେ ଉକ୍ତ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି।

 

Comments are closed.