ଘର ଉପରେ ଚଢିଗଲା ଟ୍ରକ୍, ଜଣେ ଗୁରତର ୨ ଆହତ

ଲାଠୋର : ବଲାଙ୍ଗୀର ଜିଲା ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମର ବୁଲାଣି ନିକଟସ୍ଥ ରାସ୍ତାକଡ଼ରେ ଥିବା ଏକ ଘର ଉପରେ ଗୁରୁବାର ଏକ ଟ୍ରକ ସନ୍ତୁଳନ ହରାଇ ଚଢି ଯାଇଥିବାରୁ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଗୁରୁବାର ଭୋର ୪ଟା ସମୟରେ ଭୁବନେଶ୍ୱରରୁ କୁକୁଡା ଖାଦ୍ୟ ନେଇ ଆସୁଥିବା ଏକ ଭାରିଯାନ ଟ୍ରକ(ଓଆର ୦୪ କେ ୪୯୯୯) ନୂଆପଡା ଯାଉଥିବା ବାଟରେ ଝଲିଆଲିଟି ଠାରେ ମିନିକେତନ ମାଝୀଙ୍କ ଘର ଉପରେ ଟ୍ରକଟି ଭାରସାମ୍ୟ ହରାଇ ମାଡିଯାଇ ଓଲଟି ପଡ଼ିଥିଲା। ଫଳରେ ଘରେ ଶୋଇଥିବା ଦୁଇ ପୁଅ ଯୁଧିଷ୍ଠିର ମାଝୀ(୨୫), ସୁବାଷ ମାଝୀ(୧୫) ଓ ନାତି ସୁରେଶ ମାଝି(୩)ଙ୍କ ସହ ହେଲପର କାଲିଆ ମୁଦୁଲି ଉପରେ କୁକୁଡା ଖାଦ୍ୟ ବସ୍ତା ଚାପି ହୋଇଯାଇଥିଲା। ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ମାରିଥିଲା। ଗ୍ରାମବାସୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇରହିଥିବା ଲୋକଙ୍କୁ ଉଦ୍ଧାର କରି ଲାଠୋର ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ସୁବାଷ ମାଝୀ ଏବଂ ଆହତ ମାନଙ୍କୁ ଚିକିତ୍ସା ପାଇଁ ଏକ ଆମ୍ବୁଲାନ୍ସ ଯୋଗେ ଖପ୍ରାଖୋଲ ପଠାଇଥିବା ପ୍ରକାଶ କରିଛନ୍ତି। ମିନିକେତନଙ୍କ ସ୍ତ୍ରୀ ଗଙ୍ଗେବତୀ ମାଝୀ ଏବଂ ବୋହୁ ଗୀତା ମାଝୀ ବାହାରକୁ ଯାଇଥିଲେ। ଘଟଣା ବିଷୟରେ ଖବର ପାଇଁ ଘରକୁ ଫେରି ଦୁଃଖରେ ଭାଙ୍ଗି ପଡିଥିଲେ। ଗୀତା ମାଝୀଙ୍କ ଏତଲାକୁ ଭିତ୍ତି କରି ଲାଠୋର ଥାନାରେ କେସ ନଂ ୩୮/୧୯ ରେ ଦଫା ୨୭୯, ୩୩୭, ୩୩୮ ଆଇପିସି ୧/୧୯୭ ଏମଭି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

Comments are closed.