କାର ଧକ୍କାରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ

କଟକ : କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଆଜି ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର ଜଣେ କନେଷ୍ଟବଳ। ସେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଏକ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ କାର ଚାଳକ ଅଟକ ରହିଥିବା ନେଇ ସୂଚନା ମିଳିଛି।

Comments are closed.