କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୮ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିନ୍ତାମଣି ସ୍ଥିତ ମରନାୟକନହଲ୍ଲିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ ସହ ଦ୍ରୁତ ଗତିରେ ଆସୁଥିବା ଜିପ୍‍ ବାଡେଇ ହୋଇ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଶ୍ରୀନିବାସପୁରା ତାଲୁକାର ରାଲପାଡୁରୁ ଚିନ୍ତାମଣି ଯାଉଥିଲା ଉକ୍ତ ଜିପ୍‍। ଜିପରେ ୨ ଶିଶୁ ସମେତ ୧୭ ଜଣ ଯାତ୍ରୀ ଥିଲେ। ଦ୍ରୁତ ଗତିରେ ଯାଉଥିବା ଜିପ୍‍ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ ସହ ଜିପଟି ବାଡେଇ ହୋଇଥିଲା। ଦୁର୍ଘଟଣା ସମୟର ଭିଡିଓ ଦେଖି ଲୋମଟାଙ୍କୁରୀ ଉଠୁଛି। ଜିପଟି ଅତ୍ୟନ୍ତ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଟ୍ରକ ସହ ପିଟି ହୋଇଥିଲା। ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ପୁଲିସ ଜାରି ରଖିଛି।

 

Comments are closed.