ଚାଲାଣ ସମୟରେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ , ୬ ଗୋରୁ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ପିକଅପ୍ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ପିକ୍ଅପ୍ ଟି ପ୍ରଥମେ ରାସ୍ତା କଡରେ ଥିବା ଗଛ କୁ ଧକ୍କା ଦେବା ପରେ ଘର କୁ ଧକ୍କା ଦେଇଛି । ପିକଅପ୍ ଭ୍ୟାନ୍ ଧକ୍କା ରେ ଘର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି  । ଦୁର୍ଘଟଣା ଘଟାଇ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ପହଞ୍ଚି ଅତି ଦୟନୀୟ ଅବସ୍ଥାରେ ବନ୍ଧା ଯାଇଥିବା ୬ ଟି ଗୋରୁ କୁ ଉଦ୍ଧାର କରିଛନ୍ତି । ଖବର ପାଇ ପାଟଣା ପୁଲିସ  ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ପ୍ରାଣୀ ଚିକିତ୍ସକ ଆହତ ଗୋରୁ ଗୁଡ଼ିକର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ।

Comments are closed.