ମର୍ମନ୍ତୁଦ ଦୁର୍ଘଟଣା ; ଟ୍ରେନ-ଟ୍ରକ ଧକ୍କା, ଗୋଟିଏ ପରିବାର ସମେତ ୫ ମୃତ

ଶାହାଜାହାନପୁର : ଉତ୍ତରପ୍ରଦେଶର ଶାହାଜାହାନପୁର କଟ୍ରା ପୁଲିସ ଥାନା ଅଞ୍ଚଳରେ ସ୍ଥିତ ହୁଲାସନଗରା ରେଲୱେ କ୍ରସିଂ ନିକଟରେ ଗୁରୁବାର ସକାଳେ ବଡ ଧରଣର ଅଘଟଣ ଘଟିଛି। ଏଠାରେ ଫାଟକ ଖୋଲା ଥିବା ସମୟରେ ଏକ ଟ୍ରେନ, ଟ୍ରକ ମଧ୍ୟରେ ଧକ୍କା ହୋଇଛି। ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ବାଇକ ଆରୋହୀ, ତାଙ୍କ ପତ୍ନୀ, ଶିଶୁ କନ୍ୟାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନା ଯୋଗ୍ୟ, ଆଜି ସକାଳ ୫ଟା ୧୦ରେ ରେଲୱେ କ୍ରସିଂ ଖୋଲାଥିବା ସମୟରେ ଚଣ୍ଡିଗଡ, ଲକ୍ଷେ୍ନø ଏକ୍ସପ୍ରେସ ଆସିବା ସହ ମୃଦୁ ପାନୀୟ ଭର୍ତ୍ତି ଟ୍ରକ ସହ ଧକ୍କା ହୋଇଥିଲା। ଏଥିରେ ବାଇକରେ ଥିବା ସ୍ୱାମୀ, ସ୍ତ୍ରୀ, ତାଙ୍କ ଝିଅ, ଜଣେ ଯାତ୍ରୀ, ଡିସିଏମ ଚାଳକ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ଟ୍ରକ ଚାଳକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ରେଳ ଚଳାଚଳରେ ବାଧାପ୍ରାପ୍ତ ହେବା ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.