ଗଛରେ ପିଟିହେଲା କାର ୨ ମୃତ , ୨ ଗୁରୁତର

ବଲାଙ୍ଗୀର : ବଲାଙ୍ଗୀର ଜିଲା ଟିଟିଲାଗଡ ରାସ୍ତାର ସାଗରପାଲିରେ ଏକ ସଡ଼କ ଦୁର୍ଘଟଣା ଶୁକ୍ରବାର ଘଟିଥିବା ନେଇ ଖବର ମିଳିଛି। ଗଛରେ ଏକ କାର ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ସହ ୨ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି। କାରଟି ନବରଙ୍ଗପୁରରୁ ଭୁବନେଶ୍ୱରକୁ ଯାଉଥିଲା ବୋଲି ସୂଚନା ମିଳିଛି।

Comments are closed.