୨ଟି ପୃଥକ ସ୍ଥାନରେ ଦୁର୍ଘଟଣା ; ୨ ମୃତ

ବୌଦ୍ଧ : ବୌଦ୍ଧ ଜିଲାରେ ୨ଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଜଣାପଡିଛି। ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ଛକ ନିକଟରେ ଟ୍ରକରେ ପିଟି ହୋଇ ଜଣେ ବାଇକ ଆରେହୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ସେହିପରି ବାଉଁଶୁଣି ଥାନା ଅନ୍ତର୍ଗତ ଟାଇଁଜନ ଗାଁରେ ଟ୍ରାକ୍ଟର ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ସକାଳେ ନିଜ ଖଳାରେ ଧାନ ମଡାଇବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି।