ବାଇକକୁ ଧକ୍କା ଦେଲା ଡମ୍ଫର ; ଜଣେ ନାବାଳକ ସହ ୨ ମୃତ

ବାଲେଶ୍ୱର : ବାଇକକୁ ଏକ ଡମ୍ଫର ଧକ୍କା ଦେବା ଫଳରେ ଜଣେ ନାବାଳକ ସହ ୨ ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଦୁର୍ଘଟଣା ବାଲେଶ୍ୱର ଜିଲା ରାଜ୍ୟ ରାଜପଥ -୫୭ର ସାତଶୁଳିଆ ନିକଟରେ ଘଟିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଡମ୍ଫରକୁ ଅଟକ ରଖି ରାସ୍ତା ଅବରୋଧ କରିଛନ୍ତି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.