ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ; ୨ମୃତ ,୬ ଆହତ

ନୂଆପଡା : ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଶନିବାର ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ବିଳମ୍ବିତ ରାତିରେ ନୂଆପଡା ଜିଲାର ସିନାପାଲି ଥାନା ଅନ୍ତର୍ଗତ ଟିମମପୁର ଗାଁ ନିକଟରେ ଘଟିଛି। ହଳଦୀମୁଣ୍ଡା ଗାଁରୁ ବାହାଘରରେ ଯୋଗ ଦେଇ ଉକ୍ତ ବରଯାତ୍ରୀମାନେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.