ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ; ୨ ମୃତ , ୨ ଗୁରୁତର

ଅନୁଗୁଳ/ ସୁବର୍ଣ୍ଣପୁର : ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣାରେ ବୁଧବାର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ଅନୁଗୁଳ ଜିଲା କିଶୋରନଗର ଥାନା ରାଈବାହାଳ ଗାଁ ନିକଟ ପୋଲରେ , ପୋଲ ତଳକୁ ବାଇକ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଉଭୟ ମୃତକ ଓ ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ। ଏହାସହ ଉଭୟ ମୃତ ଓ ଗୁରୁତର ଆଠମଲ୍ଲିକ ଅଞ୍ଚଳର ବୋଲି ଜଣାପଡ଼ିଛି।କିଶୋରନଗରରୁ ମାଧପୁର ଆଡକୁ ବାଇକ ଆରୋହୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ସେହିପରି ୫୭ ନମ୍ବର ଜାତୀୟ ରାଜପଥ ସୋନପୁର-ବଲାଙ୍ଗୀର ରାସ୍ତାରେ ଜେସିବିକୁ ଏକ କାର ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ କାର ଭିତରେ ଥିବା ଯୁବକଙ୍କ ମୃତ୍ୟୁ ସହ ଚାଳକ ଗୁରୁତର ହୋଇଛନ୍ତି। ମୃତକ ବୌଦ୍ଧ ଜିଲା ପୁରୁଣାକଟକ ଅଞ୍ଚଳର ବୋଲି ସୂଚନା ମିଳିଛି।

Comments are closed.