ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୫ ମୃତ

କଳାହାଣ୍ଡି/ରାୟଗଡ଼ା : ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଗୁରୁବାର ଜଣାପଡ଼ିଛି। ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅଙ୍ଗୁର ଗାଁ ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ୨ ମୃତକ ନିକଟସ୍ଥ କୁର୍ତ୍ତେଲି ଗାଁର ବୋଲି ଜଣାପଡ଼ିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଉକ୍ତ ଦୁର୍ଘଟଣାକୁ କେନ୍ଦ୍ରକରି କ୍ଷତିପୂରଣ ଦାବିରେ ଅଙ୍ଗୁର ଗାଁ ନିକଟରେ ସ୍ଥାନୀୟଲୋକେ ରାସ୍ତାରୋକ କରିଥିବା ନେଇ ସୂଚନା ମିଳିଛି।
ସେହିପରି କଳାହାଣ୍ଡି ଜିଲା ଅନ୍ତର୍ଗତ ମ.ରାମପୁର ରାସ୍ତାର ଡ଼ୁବୁଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୩ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ୟ ଗୁରୁତର ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.