ଟ୍ରକଧକ୍କାରେ ଦମ୍ପତ୍ତି ମୃତ

ରେଙ୍ଗାଳି: ଲକ୍ଷନପୁର ବ୍ଲକ ରେଙ୍ଗାଳି ଥାନା ସାହାସବଗା ଛକରେ ମର୍ମନ୍ତୁଦ ଦୁର୍ଘଟଣା। ବୁଣାଣିରେ ବାଇକରେ ଆସୁଥିବା ଦମ୍ପତ୍ତିଙ୍କ ଉପରେ ଚଢ଼ିଗଲା ଦୃତଗାମୀ ଟ୍ରକ। ଦୁର୍ଘଟଣାରେ ଦମ୍ପତ୍ତିଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ-୪୯ ଅବରୋଧ କରାଯାଇଛି। ବେପରୁଆ ଗାଡ଼ି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟୁଛି। ଏହାକୁ ନେଇ ସ୍ଥାନୀୟ ପୁଲିସ ଚୁପ ରହିଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ  ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛଇ।

Comments are closed.