ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ମୃତ

ବଲାଙ୍ଗୀର : ପିକନିକ ସାରି ଘରକୁ ଫେରୁଥିବା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ୫ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ଦୁଃଖଦ ଘଟଣା ବଲାଙ୍ଗୀର-ସୋନପୁର ରାଜରାସ୍ତାର ରଣ୍ଡା ଛକଠାରେ ଏକ ବୋଲେରୋକୁ ଅଜଣା ଗାଡି ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି।
ସୂଚନା ଯୋଗ୍ୟ, ବଲାଙ୍ଗୀର ଜିଲା ସଦର ବ୍ଲକ ଅଞ୍ଚଳର ପ୍ରାୟ ୮ ଜଣ ଏକ ବୋଲେରୋ ଯୋଗେ ସୁନ୍ଦରଗଡର ଖଣ୍ଡାଧାରକୁ ପିକନିକ ପାଇଁ ଯାଇଥିଲେ। ପିକନିକ ସାରି ଫେରୁଥିବା ସମୟରେ ବଲାଙ୍ଗୀର-ସୋନପୁର ରାଜରାସ୍ତାର ରଣ୍ଡା ଛକଠାରେ ଏକ ଅଜଣା ଗାଡି ଉକ୍ତ ବୋଲେରୋଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତରଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ପଠାଯାଇଥିବା ବେଳେ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Comments are closed.