ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ୫ ମୃତ

ଧନବାଦ : ଝାଡଖଣ୍ଡରର ଧନବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଏହି ଦୁର୍ଘଟଣାରେ ଦ୍ରୁତ ଗତିରେ ଥିବା ଏକ କାର ପୋଲ ତଳକୁ ଖସି ପଡିବାରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କାର ଦ୍ରୁତ ଗତିରେ ଥିବାରୁ ଚାଳକ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପଡିଥିଲା। କାର ୧୦୦ ମିଟର ତଳକୁ ଖସିପଡ଼ିଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ମହିଳା ଓ ଗୋଟିଏ ଶିଶୁ ଥିଲେ ରହିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.