MEllora 950×100

ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର

ରେଙ୍ଗାଲିକ୍ୟାମ୍ପ : ୫୩ନଂ ଜାତୀୟ ରାଜପଥ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ହେବା ଯୋଗୁଁ ଦିନକୁ ଦିନ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ଘଟୁଥିବା ଦେଖାଯାଉଛି।  ଗତକାଲି  ୧୧ଟା ସମୟରେ ଅତାବିରା ଥାନା ଅନ୍ତର୍ଗତ ଆନ୍ଦ୍ର କଲ୍ୟାଣ ମଣ୍ଡପ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ବାଇକ୍ କୁ ଅଜଣା ଗାଡି ଧକ୍କା ଦେଇ ଚମ୍ପଟ ମାରିଥିବାବେଳେ ବାଇକ୍ ଆରୋହୀ ଉତ୍ତମ ଛତର (୨୭) ଓ ଲକ୍ଷ୍ମଣ ନନ୍ଦ(୨୮) ରକ୍ତାକ୍ତ ଅବସ୍ଥାରେ ଛିଟିକି ପଡ଼ି ଗୁରୁତର ହୋଇ ପଡ଼ିଥିଲେ।  ସ୍ଥାନୀୟ ଲୋକଙ୍କ ସହାୟତାରେ ଅତାବିରା ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ପ୍ରାଥମିକ  ତଦନ୍ତ ସହ ଗୁରୁତର ବାଇକ୍ ଆରୋହୀ ଦ୍ବୟ ଙ୍କୁ ଆମ୍ବୁଲେନ୍ସ ଯୋଗେ ବୁର୍ଲା ବଡ଼ ଡାକ୍ତର ଖାନାକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି।  ତେବେ ଗୁରୁତର ବ୍ୟକ୍ତି ମାନେ ବରଗଡ଼ ଧାଙ୍ଗେର ଗ୍ରାମର ବୋଲି ଜଣାପଡିଛି।

Comments are closed.