ଗଛକୁ ପିଟିଲା ସ୍କର୍ପିଓ ; ଜଣେ ମୃତ , ୭ ଆହତ 

ନବରଙ୍ଗପୁର : ଆଜି ଭୋର ସମୟରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାବାଜୀଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଗଛକୁ ସ୍କର୍ପିଓ ଗାଡି ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ନାମ ଆଶିଷ କୁମାର (୧୬) ବୋଲି ସୂଚନା ମିଳିଛି। ଛୋଟୁ ଭୁଁଆ (୬୦), ବିକାଶ ଏବଂ ସହନ ରାମଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ମାନେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଯୋଗ୍ୟ , ଏକ ସ୍କର୍ପିଓ ଗାଡିରେ ହାଇଦ୍ରାବାଦରେ ଏକ କମ୍ପାନୀରେ କାମ କରୁଥିବା ୧୦ ଜଣ ଲୋକଙ୍କୁ ନେଇ ଝାଡଖଣ୍ଡ ଯାଉଥିବାସମୟରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାବାଜୀଗୁଡା ଛକ ନିକଟରେ ଭୋର ୪ ଘଣ୍ଟା ସମୟରେ ଚାଳକର ଆଖି ଲାଗିଯିବା ଫଳରେ  ଭାରସାମ୍ୟ ହରାଇ ଏକ ଗଛକୁ ପିଟି ହୋଇଥିଲା ।  ଫଳରେ ଗାଡିରେ ଥିବା ୧୦ ଜଣ ଯାତ୍ରୀ ଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ଯାତ୍ରୀ ଆହତ ହୋଇ ଥିଲେ। ପାପଡାହାଣ୍ଡି ପୁଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଛି।

Comments are closed.