ସ୍କର୍ପିଓ ଧକ୍କାରେ ୪ ମହିଳାଙ୍କ ମୃତ୍ୟୁ

ପାଟନା : ଆଜି ସକାଳେ ବିହାରର ଆରା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।  ପ୍ରାତଃଭ୍ରମଣରେ ଯାଇଥିବା ଉକ୍ତ ମହିଳାଙ୍କୁ ଏକ ସ୍କର୍ପିଓ ଧକ୍କା ଦେବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି। ଏହାସହ ଦୁର୍ଘଟଣା ପରେ ସ୍କର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ବୋଲି ଖବର ମିଳିଛି।
ପୁଲିସର ସୂଚନାନୁସାରେ, ଏହି ଘଟଣା ଆରାହର ଭୋଜପୁରରେ ଘଟିଛି।  ମୃତ ଚାରିଜଣ ମହିଳା ହେଉଛନ୍ତି ଓଜାଭାଲିଆ ଗାଁର ବାସିନ୍ଦା।  ଏହି ଚାରିଜଣ ମହିଳା ସକାଳେ ପ୍ରାତଃଭ୍ରମଣରେ ଯାଇଥିଲେ।  ଏହି ଚାରିଜଣ ଦେବଚନ୍ଦ। ବ୍ରିଜ ନିକଟରେ ଥିବା ପିରୋ-ବିହିୟା ରାସ୍ତାରେ ଯାଉଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ ଭାରସାମ୍ୟ  ହରାଇ ଉକ୍ତ ମହିଳା ମାନଙ୍କୁ ଧକ୍କା ଦେଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.