ବଣ୍ଡାଘାଟିରେ ଦୁର୍ଘଟଣା : ୨ ମୃତ ୪ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଖଇରପୁଟ ବଣ୍ଡାଘାଟିରେ ଏକ କମାଣ୍ଡର ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଥିବା ଜଣା ପଡିଛ । ସୋମବାର ଅପରାହ୍ନରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର ମୁଦୁଲିପଡା ଅଭିମୁଖେ ଯାଉଥିବା ବେଳେ ମାଙ୍କଡ଼ ଝୋଲା ଉପରେ ପୋଡ଼ା ବ୍ରିଜ ନିକଟରେ ଘାଟି ଚଢୁଥିବା ସମୟରେ ହଠାତ କମାଣ୍ଡରଟିର ବ୍ରେକ ଫେଲ ହୋଇ ଯାଇଥିଲା। ଯେହେତୁ କମାଣ୍ଡର ଟି ଘାଟି ଚଢ଼ୁଥିଲା ତେଣୁ ଭାରସାମ୍ୟ  ହରାଇ ଘାଟି ତଳକୁ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ପହଞ୍ଚି ଗୁରୁତର ମାନଙ୍କୁ ସଙ୍ଗେ ସଙ୍ଗେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଆଉ ଜଣକୁ ମୃତ୍ୟୁ ଘୋଷଣା କରିଥିଲେ । ଗୁରୁତର ମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି।

ଘଟଣା ସ୍ଥଳରେ ମୁଦୁଲିପଡା ପୁଲିସ ପହଞ୍ଚି ଦୁର୍ଘଟଣା କେମିତି ଓ କିପରି ହେଲା ତାର ତାହାର ତଦନ୍ତ ଆରମ୍ଭ କରିଛି ।  ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତଙ୍କ ମଧ୍ୟରେ ଜଣେ ନାବାଳକ ନନ୍ଦ ଧାଙ୍ଗଡାମାଝୀ (୧୪) ଓ ଜଗନ୍ନାଥ ଭୂମିଆ (୪୦)ଅଛନ୍ତି ।

Comments are closed.