ପଶ୍ଚିମବଙ୍ଗରେ କୁହୁଡି ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଚାଲିଗଲା ୧୩ ଜୀବନ

ଜଲପାଇଗୁରି : ପଶ୍ଚିମବଙ୍ଗର ଜଲପାଇଗୁରି ଜିଲାର ଧୁପୁରୀ ସହରରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। କାର ଓ ଭ୍ୟାନକୁ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାର୍ଥମିକ ତଦନ୍ତରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଧୁପଗୁରୀରେ ଏକ ଡମ୍ଫର ମାୟାନାଟାଲୀ ରାସ୍ତାରେ ଯାଉଥିବା ସମୟରେ କୁହୁଡ଼ି ଯୋଗୁଁ ଭଲ ଭାବେ ଦେଖାଯାଉନଥିବାରୁ ଅନ୍ୟ ଏକ ଯାନକୁ ଧକ୍କା ନେଇ ଓଲଟି ପଡିଥିଲା। ଫଳରେ ୧୩ ଜଣ ମୃତ୍ୟୁ ହେବା ସହ ବହୁ ଲୋକେ ଆହତ ହୋଇଥିଲେ। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ôଚ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ସନ୍ଦେହ କରାଯାଉଛି।

 

Comments are closed.