ବସକୁ ଧକ୍କା ଦେଲା କଣ୍ଟେନର; ୪ ମୃତ , ୮ ଆହତ

ଉତରପ୍ରଦେଶ : ଉତରପ୍ରଦେଶର ମଥୁରା ଜିଲାରେ ବୁଧବାର ସକାଳ ୭ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଠିଆ ହୋଇଥିବା ବସକୁ ଏକ କଣ୍ଟେନର ପଛ ପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମଥୁରାର ଜମୁନା ପାର ଥାନା ଅନ୍ତର୍ଗତ ଅଂଚଳରେ ଆଜି ସକାଳେ ଏକ୍ସପ୍ରେସୱେ ରାସ୍ତାର ୧୦୫ ମାଇନ ଷ୍ଟୋନ ନିକଟ (ଛକ) ରେ ଠିଆ ହୋଇଥିବା ବସକୁ ଏକ କଣ୍ଟେନର ପଛ ପଟୁ ଧକ୍କା ଦେଇଥିଲା। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ବସର ଯାତ୍ରୀ ଥିବା ବେଳେ ଅନ୍ୟ ଜଣେ କଣ୍ଟେନର ଚାଳକ ଥିଲେ। ବସଟି ରାସ୍ତା କଡ଼ରେ ଠିଆ ହୋଇଥିବାରୁ ଏହି ଯାତ୍ରୀମାନେ ଓହ୍ଲାଇ ବସର ପଛ ଭାଗରେ ଠିଆ ହୋଇଥିଲେ। ବସରେ ତେଲ ସରିଯିବାରୁ ଏହା ରାସ୍ତା କଡ଼ରେ ଠିଆ ହୋଇଥିଲା ବୋଲି କୁହାଯାଉଛି।

Comments are closed.