ଗଛରେ ପିଟି ହେଲା କାର ; ୨ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅର୍ନ୍ତଗତ ଡ଼େଙ୍ଗୁଲା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଦୁର୍ଘଟଣାରେ ଏକ କାର ଗଛରେ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଏକ କାରରେ ଉକ୍ତ ବ୍ୟକ୍ତିମାନେ ଡ଼େଙ୍ଗୁଲା ପଞ୍ଚାୟତର ଏକ ଗାଁକୁ ଶୁଦ୍ଧକ୍ରିୟାରେ ଯୋଗ ଦେବାକୁ ଯାଇ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ। କାରରେ ଫେରୁଥିବା ସମୟରେ ଗଛରେ ପିଟି ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ଅନ୍ୟ ଜଣଙ୍କ ମେଡ଼ିକାଲରେ ମୃତ୍ୟୁ ହୋଇଥିଲା। ଖବର ପାଇ କୋଇଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.