ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୫ ଗୁରୁତର

ରାୟଗଡା: ଭାରସାମ୍ୟ ହରାଇ ଅଟୋ ଓଲଟି ପଡିବା ଫଳରେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ କଲ୍ୟାଣସିଂହପୁର ଠାରୁ ହାତୀମୁଣ୍ଡା ଯାଉଥିବା ବେଳେ ହଠାତ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅଟୋ ଓଲଟିବା ଫଳରେ ଅଟୋରେ ଯାତ୍ରା କରୁଥିବା ଜଣେ ଶିଶୁ ସମେତ ୪ ଜଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଗୁରୁତର ମାନଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗରୁତର ମାନଙ୍କ ଚିକିତ୍ସା କରୁଥିବା ଜଣାପଡିଛି। କଲ୍ୟାଣସିଂହପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଜଣେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାସ୍ଥର କରାଯାଇଥିବା ଜଣାପଡିଛି।

Comments are closed.