ଘାଟିରେ ଓଲଟିଲା ଯାତ୍ରୀବାହୀ ବସ ; ୭ ଗୁରୁତର

ରାୟଗଡା : ରାୟଗଡା-ବ୍ରହ୍ମପୁର ୩୨୬ ଜାତୀୟ ରାଜପଥ ମୁକୁନ୍ଦପୁର ଘାଟିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୋମବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଯାତ୍ରୀବାହୀ ବସ ଓଲଟି ୭ ଜଣ ଗୁରୁତର ହୋଇଛନ୍ତି। ବସଟି ଯାତ୍ରୀଙ୍କୁ ନେଇ ନୟାଗଡ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସମସ୍ତ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

Comments are closed.