ଟ୍ରଲର-ଜିପ୍ ଧକ୍କା ; ୧୧ ମୃତ

ରାଜସ୍ଥାନ : ରାଜସ୍ଥାନର ଜୋଧପୁର ଜିଲାର ବାଲୋତରା-ଫଲୌଦୀ ରାଜମାର୍ଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲୋତରା-ଫଲୌଦୀ ରାଜମାର୍ଗରେ ଏକ ଟ୍ରଲର ଓ ଜିପ୍ ମଧ୍ୟରେ ଧକ୍କା ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ, ୬ ଜଣ ମହିଳା ଓ ଜଣେ ଶିଶୁ ଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଶେରଗଡ଼ ପୁଲିସ ପହଞ୍ଚି କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡି ଓ ତା’ ମଧ୍ୟରେ ଫସି ରହିଥିବା ମୃତକ ଓ ଆହତଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି।

Comments are closed.