ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର; ଜଣେ ମୃତ , ୨ ଗୁରୁତର

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଅନ୍ତର୍ଗତ ଟାଉନଥାନା ପାତେପାଣି ଗାଁ ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଟ୍ରାକ୍ଟରରେ ଚାପି ହୋଇ ଚାଳକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି ବୋଲି ଜଣାପଡ଼ିଛି। ଗୁରୁତର ଶ୍ରମିକଙ୍କୁ ରାଇରଙ୍ଗପୁର ମେଡ଼ିକାଲରେ ଭର୍ତି କରାଯାଇଛି।

Comments are closed.