ଅଜଣା ଗାଡ଼ି ଧକ୍କାରେ ମାମୁଁ ମୃତ, ଭଣଜା ଗୁରୁତର

ପାଟଣା : କେନ୍ଦୁଝର ଜିଲା ୨୦ନମ୍ବର ଜାତୀୟ ରାଜପଥର କାନଝରୀ ପୋଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ବସନ୍ତପୁର ଗାଁର ମଙ୍ଗୁଳୁ ବେହେରା ଏବଂ ଆହତ ଜଣକ ତାଙ୍କ ଭଣଜା ପପୁ। ଉଭୟେ ଏକ ବାଇକ୍ରେ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମାମୁଁଙ୍କର ମୃତ୍ୟୁ ହୋଇଥିବା ବେଳେ ଭଣଜା ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଏକ ବାଇକ ଯୋଗେ ମଙ୍ଗୁଳୁ ବେହେରା ଓ ତାଙ୍କ ଭଣଜା ପପୁ ବେହେରା ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଉଭୟଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଙ୍ଗୁଳୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପପୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Comments are closed.