ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ

ମାହାଙ୍ଗା :  କଟକ ଜିଲା ମାହାଙ୍ଗା ଅନ୍ତର୍ଗତ ଥାନା ଭଦ୍ରେଶ୍ୱର ଫାଣ୍ଡି ସାହାନିୟାଜପୁର ନିକଟ ମୁଣ୍ଡିଲୋ ଅନ୍ତଗୋପାଳ ରୋଡ଼ ନିକଟରେ ଆଜି ସକାଳୁ ସକାଳୁ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତ ସାହାନିୟାଜପୁର ଗ୍ରାମର ଅକ୍ଷୟ ସୁତାରଙ୍କ ପୁଅ ନିହାର ରଞ୍ଜନ ସୁତାର ବୋଲି ଚି଼ହ୍ନଟ ହୋଇଛନ୍ତି l ଦୁର୍ଘଟଣା ଘଟିଥିବା ସ୍ଥାନଟି ମାହାଙ୍ଗା ଥାନା ଓ ଡେରାବିଶ ଥାନାର ମଧ୍ୟସ୍ଥଳ ହୋଇଥିବାରୁ ଏପର୍ଯ୍ୟନ୍ତ ଏହା କେଉଁ ଥାନାର ବୋଲି ଜଣାପଡିନଥିବାରୁ ଶବ ବ୍ୟବଛେଦ ନେଇ ବିବାଦ ଦେଖାଦେଇଛି । ତେବେ ଏହି ସୀମାଟି କେଉଁ ଥାନାରେ ଯାଉଛି ତାହା ସମାଧାନ ହେଲାପରେ ଶବ ବ୍ୟବଛେଦ ନିମନ୍ତେ ପଠାଯିବ । ଘଟଣାସ୍ଥଳରେ ଏହାକୁ ନେଇ ଉତେଜନା ଲାଗି ରହିଛି ।

Comments are closed.