ବସ ଓ ଡମ୍ଫର ଧକ୍କା ; ୭ ମୃତ, ୧୩ ଆହତ

ମୁମ୍ବଇ : ଶୁକ୍ରବାର ସକାଳେ ମଧ୍ୟପ୍ରଦେଶର ଭିଣ୍ଡ୍‍ ଜିଲାରେ ବସ ଓ ଡମ୍ଫର ମଧ୍ୟ ଧକ୍କା ହୋଇ ୭ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଚୌରାହା ଥାନା ଅନ୍ତର୍ଗତ ଡାଁଗ ବିରଖଡୀ ନିକଟରେ ଘଟିଛି। ଉକ୍ତ ଯାତ୍ରୀବାହୀ ବସଟି ଗ୍ୱାଲିୟର ଠାରୁ ବରେଲୀ ଯାଉଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟଲୋକେ ପହଞ୍ଚି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.