ହାଇୱା ଧକ୍କାରେ ଆଇଟିଆଇ ଛାତ୍ର ମୃତ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲା ମହାକାଳପଡା ଥାନା ଅନ୍ତର୍ଗତ ରାଜଗଡ଼ ଛକ ଠାରେ ମଙ୍ଗଳବାର ଏକ ସଡକ ଦୃର୍ଘଟଣା ଘଟିଛି। ହାଇୱା ଜଣେ ଆଇଟିଆଇ ଛାତ୍ରଙ୍କୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାମ ଶମ୍ଭୁ ଭୂୟାଁ। ସେ ଏକ ସ୍କୁଟିରେ ଯାଉଥିଲେ। ସ୍କୁଟିକୁ ହାଇୱାଟି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶମ୍ଭୁଙ୍କ ମୃତ୍ୟୁ ଘଟିଛି। ସେ ମହାକାଳପଡ଼ା ପିଏନଏସ ଆଇଟିଆଇର ଛାତ୍ର ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ମହାକାଳପଡା ଥାନା ଅଧିକାରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.